Saturday, September 29, 2018
ଟ୍ରେନ୍ ଯୋଗେ ବିଭିନ୍ନ ରାଜ୍ୟକୁ ପଶୁଛନ୍ତି ରୋହିଙ୍ଗ୍ୟା : ରେଳ ବିଭାଗ
ନୂଆଦିଲ୍ଲୀ, ୨୯/୯: ରୋହିଙ୍ଗ୍ୟାମାନେ ପଶ୍ଚିମବଙ୍ଗ ଏବଂ ଆସାମରୁ ବିଭିନ୍ନ ଟ୍ରେନ୍ ଯୋଗେ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ମାଡ଼ି ଆସୁଛନ୍ତି । ଏନେଇ ରେଳବିଭାଗ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ସତର୍କ କରାଇଛି । ସୂଚନା ମୁତାବକ, ଦକ୍ଷିଣ ରେଳବାଇର ରେଳପରିଷଦ ଦ୍ୱାରା ଆର୍ପିଏଫ୍କୁ ଏଥିନେଇ ସତର୍କ ରହିବାକୁ କୁହାଯାଇଛି । ସେପଟେ କେନ୍ଦ୍ର ସରକାର ଦେଶର ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ ରହିଛନ୍ତି ଯେ, ଯେଉଁଠାରେ ରୋହିଙ୍ଗ୍ୟାମାନଙ୍କୁ ଦେଖିବ ସେମାନଙ୍କୁ ତୁରନ୍ତ ପୁଲିସ୍କୁ ହସ୍ତାନ୍ତର କରାଇବ । ସେମାନଙ୍କୁ ତୁରନ୍ତ ଗିରଫ କରାଯାଇ ମିଆଁମାର ପଠାଯିବ । ରୋହିଙ୍ଗ୍ୟାମାନେ ଚେନ୍ନାଇ, ମଦୁରାଇ, ସଲେମ୍, ତ୍ରିଭେନ୍ଦ୍ରମ, ପାଲ୍ହାଟ ଓ ତିରିଚୁଲାପଲ୍ଲୀରେ ଆସି ଜମା ହେଲେଣି । ସେମାନେ ବିଶେଷତଃ ସନ୍ତ୍ରାକାଚ୍ଛିଚେନ୍ନାଇ ସେଣ୍ଟ୍ରାଲ୍ ଅନ୍ତୋଦ୍ୟୟ ଏକ୍ସପ୍ରେସ୍, ହାୱଡ଼ା-କନ୍ୟାକୁମାରୀ ଏକ୍ସପ୍ରେସ୍, ହାୱଡ଼ା ମେଲ୍, ଗୌହାଟୀତ୍ରିବେନ୍ଦ୍ରମ ସୁପରଫାଷ୍ଟ ଏକ୍ସପ୍ରେସ୍, ସାଲିମାର-ତ୍ରିବେନ୍ଦ୍ରମ୍ ଏକ୍ସପ୍ରେସ ଯୋଗେ ବିଭିନ୍ନ ରାଜ୍ୟକୁ ପ୍ରବେଶ କରୁଥିବା ରେଳବାଇ ପକ୍ଷରୁ ସତର୍କ କରାଯାଇଛି । ପ୍ରାୟ ୪୦ ହଜାର ରୋହିଙ୍ଗ୍ୟା ଏବେ ପଶ୍ଚିମବଙ୍ଗରୁ ଅନ୍ୟ ରାଜ୍ୟକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିବା କେନ୍ଦ୍ର ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ କିରଣ ରିଜଜୁ ସୂଚନା ଦେଇଛନ୍ତି ।
Subscribe to:
Post Comments (Atom)
No comments:
Post a Comment